ମାର୍ଚ୍ଚ ୨୬ରୁ ତାରିଖରୁ ଆରମ୍ଭ ହେବ ୨୦୨୨ ଆଇପିଏଲ

ଭୁବନେଶ୍ଵର : ୨୦୨୨ ତଥା ଆଇପିଏଲ ୧୫ତମ ସଂସ୍କରଣ ମାର୍ଚ୍ଚ ୨୬ରୁ ତାରିଖରୁ ଆରମ୍ଭ ହେବ । ଆଇପିଏଲର ମ୍ୟାଚ ଗୁଡିକ ମୁମ୍ବାଇ ଓ ପୁନେର ୪ଟି ଷ୍ଟାଡିୟମରେ ଖେଳାଯିବ । ଏହି ହାଇଭୋଲଟେଜ ଇଭେଣ୍ଟର ଫାଇନାଲ ମ୍ୟାଚ ମେ ୨୯ରେ ଅନୁଷ୍ଠିତ ହେବ । ଚଳିତ ସଂସ୍କରଣରେ ୭୦ଟି ଲିଗ୍ ମ୍ୟାଚ ଖେଳାଯିବ । ଦୁଇ ନୂଆ ଟିମ୍ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ ମିଶିଥିବାରୁ ମୋଟ ଟିମ୍ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଏହାର ଚୂଡାନ୍ତ ସୂଚୀ ଆଗାମୀ ଦିନରେ ବିସିସିଆଇ ପକ୍ଷରୁ ପ୍ରକାଶ ପାଇବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି କୋଭିଡ ଗାଇଡ ଲାଇନ ବା ବାଏ ବବଲକୁ କଡାକଡି ଭାବେ ପାଳନ କରାଯିବ । ଏହି ଆଇପିଏଲର ୭୦ ମ୍ୟାଚ ମଧ୍ୟରୁ ମୁମ୍ବାରର ୱାନଖେଡ ଷ୍ଟାଡିୟମରେ ୨୦ଟି, ଡିୱାଇ ପାଟିଲ ଷ୍ଟାଡିୟମରେ ୨୦ଟି ମ୍ୟାଚ ହେବାକୁ ଥିଲା ବେଳେ ବ୍ରାବୋର୍ଣ୍ଣ ଷ୍ଟାଡିୟମ ଓ ଏମ୍‌ସିଏ ଷ୍ଟାଡିୟମରେ ୧୫ଟି ଲେଖାଏଁ ମ୍ୟାଚ ଖେଳାଯିବ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଚଳିତ ସଂସ୍କରଣରେ ଏହି ୧୦ଟି ଟିମ୍ ପ୍ରତ୍ୟେକ ୧୪ ଟି ଲେଖାଏଁ ଲିଗ୍ ମ୍ୟାଚ ଖେଳିବେ । ଏହା ସହ ୪ଟି ପ୍ଲେ ଅଫ୍ ମ୍ୟାଚ ଅନୁଷ୍ଠିତ ହେବ । ଏହି ୧୦ ଟିମ୍ ଦୁଇଟି ଗ୍ରୁପ୍‌ରେ ବିଭକ୍ତ ହେବ । ପ୍ରତିଯୋଗିତା ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ଆଇପିଏଲର ପ୍ରଦର୍ଶନ ଆଧାରରେ ଏହି ଗ୍ରୁପ୍ ଗଠିତ ହେବ । ଗ୍ରୁପ୍ ଏ’ର ସମ୍ଭବତଃ : ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ ରହିବେ ।
ସେହିପରି ଗ୍ରୁପ୍‌ରେ ବି’ରେ : ଚେନ୍ନାଇ ସୁପର କିଙ୍ଗ୍‌ସ, ସନରାଇଜନ୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜ୍‌ସ ବାଙ୍ଗାଲୋର, ପଞ୍ଜାବ କିଙ୍ଗ୍‌ସ ଓ ଗୁଜରାଟ ଟାଇଟନ୍ସ ଟିମ୍ ଆଦି ରହିବେ ।
ଗୋଟିଏ ଗୁପ୍‌ର ପ୍ରତ୍ୟେକ ଟିମ୍ ନିଜ ନିଜ ମଧ୍ୟରେ ଦୁଇ ଲେଖାଏଁ ଖେଳିବେ । ଫଳରେ ୮ଟି ମ୍ୟାଚ ହେବ । ଅନ୍ୟ ୬ଟି ମ୍ୟାଚ ମଧ୍ୟରୁ ଦୁଇଟି ମ୍ୟାଚ ଅନ୍ୟ ଗ୍ରୁପ୍ର ଗୋଟିଏ ଟିମ ସହ ଦୁଇ ଥର ଏବଂ ବାକି ୪ଟି ଟିମ୍‌ର ସହ ଗୋଟିଏ ଲେଖାଏଁ ମ୍ୟାଚ ଖେଳିବ । ଫଳରେ ମୋଟ ୧୪ଟି ମ୍ୟାଚ ଗୋଟିଏ ଟିମ୍ ଏହି ଫର୍ମାଟରେ ଖେଳିବ । ପଏଣ୍ଟ ଆଧାରରେ ଶ୍ରେଷ୍ଟ ୪ଟି ଉନ୍ନତି କରିବେ । ଏବଂ ପରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *