ବିଜେପି ପକ୍ଷରୁ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଶ୍ରୀତମ ଦାସ

କଟକ ମହାନଗର ନିଗମ ପାଇଁ ବିଜେପି ଆଜି ତା’ର ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଅଭିନେତା ଶ୍ରୀତମ ଦାସଙ୍କୁ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେପି । ସିଏମ୍‌ସି ନିର୍ବାଚନ ମଇଦାନକୁ ଓହ୍ଲାଇବେ ଶ୍ରୀତମ ଦାସ । କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ଏନେଇ ସୂଚନା ଦେଇଛନ୍ତି। ଗତକାଲି ବିଜେଡି କଟକରେ ସୁବାସ ସିଂଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଆଜି ଅଭିନେତା ଶ୍ରୀତମ ଦାସଙ୍କ ନାଁରେ ମୋହର ମାରିଛି ବିଜେପି ।
ଓଲିଉଡ ଅଭିନେତା ଶ୍ରୀତମ ଦାସ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ଦଳରେ ଯୋଗଦେଇଥିଲେ । ଆଉ ଏବେ ତାଙ୍କୁ ମେୟର ପ୍ରାର୍ଥୀ ଭାବେ ଚୟନ କରିଛି ବିଜେପି । ଦଳ ପକ୍ଷରୁ ଆଗାମୀ ଦିନରେ ହେବାକୁ ଥିବା କଟକ ମହାନଗର ନିଗମ ପାଇଁ ତାଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଯାଇଛି । ବିଜେପି ଟିକେଟରୁ ଏବେ ଶ୍ରୀତମ ଦାସ ମଇଦାନକୁ ଓହ୍ଲାଇଛନ୍ତି । ସୁବାସ ସିଂ ବିଜେଡିର ଜଣେ ଟାଣୁଆ ନେତା । ସେ ରାଜ୍ୟସଭା ସାଂସଦ ଭାବେ କ୍ଷମତା ତୁଲାଉଛନ୍ତି ।ଏ ଭଳି ସମୟରେ କଟକ ବାସୀଙ୍କ ମଧ୍ୟରେ ଆଲୋଚନା ଚାଲିଛି ଯେ ଜୋରଦାର ଲଢେଇ ହେବ

Leave a Reply

Your email address will not be published. Required fields are marked *