ଭୁବନେଶ୍ଵର ମହାନଗର ନିଗମ ପାଇଁ ବିଜେଡିର ମେୟର ପ୍ରାର୍ଥୀ ଘୋଷଣା ହେବା ପରେ ପ୍ରାର୍ଥୀନୀ ସୁଲୋଚନା ଦାସ ନିଜର ପ୍ରଚାରକୁ ଜୋରଦାର କରିଛନ୍ତି । ସେ ରାଜଧାନୀର ଗଳିକନ୍ଦିଠାରୁ ଆରମ୍ଭ କରି ବିଭିନ୍ନ ସାହି ବସ୍ତି ଓ ଛକ ଛକରେ ପ୍ରଚାର ଜୋରଦାର କରିଛନ୍ତି । ୱାର୍ଡ ନମ୍ବର ୪୯ ଘାଟିକିଆ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି । ୱାର୍ଡ ନମ୍ବର ୪୩, ୱାର୍ଡ ନମ୍ବର ୩୧ରେ ପ୍ରଚାର କରିଛନ୍ତି । ଏହା ସହ ୱାର୍ଡ ନମ୍ବର ୩୬ର ୟୁନିଟ ୪, ୱାର୍ଡ ନମ୍ବର ୩୫ର ବାୟାବାବା ବସ୍ତିର ସ୍ଥାନୀୟ ବାସିନ୍ଦାମାନଙ୍କ ଦ୍ଵାରା ଆୟୋଜିତ ଏକ ଜନ ସମାରୋହରେ ମଧ୍ୟ ଯୋଗ ଦେଇଥିଲେ ।
ସେହିପରି ୱାର୍ଡ ନମ୍ବର ୨୯ର ଧବଳେଶ୍ୱର ମନ୍ଦିରଠାରେ ଅନୁଷ୍ଠିତ ଏକ ଜନସଭାରେ ଯୋଗଦେଇ ସ୍ଥାନୀୟ ବାସିନ୍ଦାଙ୍କ ସହ ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ । ୱାର୍ଡ ନମ୍ବର ୩୪ର ସତ୍ୟନଗର ପାର୍କ ଠାରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । ୱାର୍ଡ ନମ୍ବର ୪୦ ର ସ୍ଥାନୀୟ ବାସିନ୍ଦାଙ୍କ ଦ୍ଵାରା ଆୟୋଜିତ ଏକ ଜନସମାରୋହରେ ଯୋଗଦେଇଥିଲେ । ଭୁବନେଶ୍ଵର ୱାର୍ଡ ନମ୍ବର ୪୧, ୱାର୍ଡ ନମ୍ବର ୪୭ ନମ୍ୱର ସ୍ଥିତ ଲକ୍ଷ୍ମୀ ପୂଜା ପଡିଆ ଠାରେ ଆୟୋଜିତ ଜନସଭାରେ ଉପସ୍ଥିତ ସ୍ଥାନୀୟ ବାସିନ୍ଦାଙ୍କୁ ସମ୍ବୋଧିତ କରିଥିଲେ । ୱାର୍ଡ ନମ୍ୱର ୪୬ ସ୍ଥିତ ରେଡ୍ ଷ୍ଟାର ଫିଲ୍ଡରେ ଆୟୋଜିତ ଜନସଭାରେ ଦେଇଥିଲେ । ୱାର୍ଡ ନମ୍ୱର ୩୭, ୱାର୍ଡ ନମ୍ୱର ୩୯ , ୱାର୍ଡ ନମ୍ବର ୧୪ , ୱାର୍ଡ ନମ୍ବର ୨୮ , ୱାର୍ଡ ନମ୍ବର ୩୮ ରେ ମଧ୍ୟ ପ୍ରଚାର କରିଥିଲେ । ଶହୀଦ ନଗର ସ୍ଥିତ ଇମ୍ଫା ପାର୍କକୁ ପ୍ରାତଃଭ୍ରମଣରେ ଆସିଥିବା ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।

ଜୟ ଜଗନ୍ନାଥ ସି ଆର୍ ପି ଛକ ନିକଟରେ ନ୍ୟୁଜପେପର ହକର୍ସ ଆସୋସିସନର ସଦସ୍ୟ ମାନଙ୍କ ସହ ସାକ୍ଷାତ କରି ବିଭିନ୍ନ ପ୍ରସଂଗରେ ଆଲୋଚନା କରିଥିଲେ । ୱାର୍ଡ ନମ୍ବର ୨୨ରେ ଅନୁଷ୍ଠିତ ଏକ ଜନସମାରୋହରେ ଯୋଗ ଦେଇଥିଲେ । ୱାର୍ଡ ନମ୍ୱର ୪ ର ନହରକଣ୍ଟା ଠାରେ ଦ୍ଵାଦଶ ଲିଙ୍ଗରାଜ ମେମୋରିଆଲ ଟ୍ରଫିରେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ୱାର୍ଡ ନମ୍ୱର ୫୧ରେ ଯୋଗଦେଇଥିଲେ । ଚକେଇସିଆଣି ୱାର୍ଡ ନମ୍ୱର ୫ ର ଶ୍ରୀରାମ ନଗର ବସ୍ତି ବୁଲିଥିଲେ । ନୟାପଲ୍ଲୀ ୱାର୍ଡ ନମ୍ୱର ୩୭ ର ଭୋଇ ସାହି ଠାରେ ଅନୁଷ୍ଠିତ ଏକ ଜନସଭାରେ ଯୋଗଦେଇଥିଲେ । ୱାର୍ଡ ନମ୍ବର ୫୮ , ୱାର୍ଡ ନମ୍ବର ୬୩ ଜଗମୋହନ ୱାର୍ଡ ନମ୍ୱର ୭ ର ଜନସାଧାରଣଙ୍କ କଥା ହୋଇ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ୪୨ ନମ୍ୱର ୱାର୍ଡ ସ୍ଥିତ ମୋଚି ସାହି ଅଞ୍ଚଳରେ ଆୟୋଜିତ ଜନ ସଭାରେ ସ୍ଥାନୀୟ ବାସିନ୍ଦାଙ୍କ ସହ ସାକ୍ଷାତକାର କରିଥିଲେ । ୨୪ ନମ୍ୱର ୱାର୍ଡର ହାଉସିଂଙ୍ଗ ବୋର୍ଡ ଅଞ୍ଚଳର ସମସ୍ତ ଭାଇ, ଭଉଣୀ ଓ ଗୁରୁଜନ ମାନଙ୍କ ସହ ମିଶି ଏହି ଅଞ୍ଚଳର ବିକାଶ ପାଇଁ ବିଜେଡିକୁ ଭୋଟ ଦେବାକୁ ନିବେଦନ କରିଥିଲେ ।

