ହୋ, ମୁଣ୍ଡାରୀ ଓ ଭୂମିଜ ଜନଜାତୀୟ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ ପାଇଁ ସାଂସଦ ଡ଼ ସସ୍ମିତ ପାତ୍ର ଦାବି କରିଛନ୍ତି

ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ’ହୋ’, ’ମୁଣ୍ଡାରୀ’ ଓ ’ଭୂମିଜ୍’ ଭାଷାକୁ ଅନ୍ତର୍ଭୁକ୍ତ କରିବା ପାଇଁ ସଂସଦରେ ସ୍ଵର ଉଠାଇଛନ୍ତି ବିଜେଡ଼ି ସାଂସଦ ଡ଼ ସସ୍ମିତ ପାତ୍ର । ସ୍ବତନ୍ତ୍ର ଧାନ୍ୟ ଆକର୍ଷଣକାରୀ ନୋଟିସ ଜରିଆରେ ରାଜ୍ୟସଭାରେ ଏହି ଦାବି କରିଛନ୍ତି । ଓଡ଼ିଆ ଭାଷାରେ ସସ୍ମିତ ପାତ୍ର ଏହି ପ୍ରସଙ୍ଗ ଗୃହରେ ଉଠାଇଛନ୍ତି । ଓଡ଼ିଶାର ଲକ୍ଷ ଲକ୍ଷ ଆଦିବାସୀ ଭାଇ ଭଉଣୀଙ୍କ ହୃଦୟର ଭାଷା ହେଉଛି ହୋ, ମୁଣ୍ଡାରୀ ଏବଂ ଭୂମିଜ୍ ଭାଷା ।ରାଜ୍ୟସଭା ସଦସ୍ୟ ଭାବେ ଦ୍ୱିତୀୟ କାର୍ୟ୍ୟକାଳରେ ପ୍ରଥମ ଥର ପାଇଁ ସ୍ପେଶାଲ ମେନସନ ନୋଟିସ ଜରିଆରେ ଭାଷା ପ୍ରସଙ୍ଗ ଉଠାଇଛନ୍ତି ଡକ୍ଟର ପାତ୍ର ।
ପୂବର୍ରୁ ସାନ୍ତାଳୀ’ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରାଯାଇଛି । ସଂସଦ ଅଧିବେଶନ ପୂର୍ବରୁ ବିଜେଡ଼ି ସଂସଦୀୟ ବୈଠକରେ ରାଜ୍ୟର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଦଳୀୟ ସାଂସଦମାନଙ୍କୁ ପରାମର୍ଶ ଦେଇଥିଲେ । ହୋ, ମୁଣ୍ଡାରୀ ଏବଂ ଭୂମିଜ୍ ଭାଷାକୁ ସମ୍ବିଧାନରେ ସାମିଲ କରିବାକୁ ବିଜେଡ଼ି ଦୀର୍ଘ ଦିନ ହେଲା ଦାବି କରିଆସୁଛି ଏବଂ ଏହି ଦାବିକୁ ସଠିକ ଭାବରେ ସଂସଦରେ ଉଠାଇଛନ୍ତି ବିଜେଡ଼ି ସାଂସଦ ଡ଼ ସସ୍ମିତ ପାତ୍ର ।

Leave a Reply

Your email address will not be published. Required fields are marked *