ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଭାରତ ଟିମ୍ ଘୋଷଣା କରିଛି ବିସିସିଆଇ । ଟିମ୍ରେ ଆଶାନୁରୂପକ ଖେଳାଳିମାନେ ସ୍ଥାନ ପାଇଥିଲା ବେଳେ ଆହତ କାରଣରୁ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ବାଦ ପଡିଛନ୍ତି । ଫାଷ୍ଟ ବୋଲର ଯଶପ୍ରୀତ ବୁମରା ଓ ହର୍ଷଲ ପଟେଲ ଦଳକୁ ଫେରିଛନ୍ତି । ବିଶ୍ୱକପ୍ ପାଇଁ ଘୋଷିତ ୧୫ଜଣିଆ ଦଳର ଅଧିନାୟକ ରୋହିତ ଶର୍ମା ରହିଛନ୍ତି । ସେହିପରି ଷ୍ଟାଣ୍ଡବାଇରେ ମହମ୍ମଦ ସାମିଙ୍କ ସହ ୪ଜଣ ଖେଳାଳି ରହିଛନ୍ତି । ଅନ୍ୟପଟେ ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆ ଓ ଦ.ଆଫ୍ରିକା ବିପକ୍ଷ ଘରୋଇ ଟି-୨୦ ସିରିଜ ପାଇଁ ମଧ୍ୟ ଭାରତ ଟିମ୍ ଘୋଷଣା ହୋଇଛି ।
ଟି-୨୦ ବିଶ୍ୱକପ୍ ପାଇଁ ଘୋଷିତ ୧୫ଜଣିଆ ଟିମ୍ ହେଲା: ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ରିଷଭ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର.ଅଶ୍ୱିନୀ, ଯୁଜେବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ ଓ ଅଶ୍ରଦୀପ ସିଂ । ଷ୍ଟାଇବାଇରେ ଅଛନ୍ତି: ମହମ୍ମଦ ସାମି, ଶ୍ରେୟସ ଆୟର, ରବି ବିଷ୍ଣୋଇ, ଦୀପକ ଚହର ।
ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟି-୨୦ ସିରିଜ ପାଇଁ ଭାରତ ଟିମ୍ ହୋଇଛି: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ରିଷଭ ପନ୍ତ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର.ଅଶ୍ୱିନୀ, ଯୁଜେବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ମହମ୍ମଦ ସାମି, ହର୍ଷଲ ପଟେଲ, ଦୀପକ ଚହର ଓ ଯଶପ୍ରୀତ ବୁମରା ।
ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି-୨୦ ସିରିଜ ପାଇଁ ମଧ୍ୟ ଭାରତ ଟିମ୍ ଘୋଷଣା ହୋଇଛି । ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ରିଷଭ ପନ୍ତ, ଦୀନେଶ କାର୍ତ୍ତିକ, ଆର.ଅଶ୍ୱିନୀ, ଯୁଜେବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଅଶ୍ରଦୀପ ସିଂ, ମହମ୍ମଦ ସାମି, ହର୍ଷଲ ପଟେଲ, ଦୀପକ ଚହର ଓ ଯଶପ୍ରୀତ ବୁମରା ।
2022-09-12

