ବିଜୁ ଜୟନ୍ତୀରେ ବିଜେଡିର ନୂଆ ୱେବ୍‌ସାଇଟ୍‌ ଉନ୍ମୋଚନ କଲେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ନୂତନ ଭାବେ ପ୍ରସ୍ତୁତ ନାଗରିକ କୈନ୍ଦ୍ରିକ ୱେବସାଇଟ୍‌(https://www.bjdodisha.org.in/) କୁ ଉନ୍ମୋଚନ କରିଛନ୍ତି । ଏହି ୱେବସାଇଟରେ ମହିଳା ସଶକ୍ତୀକରଣ, ଅନ୍ତର୍ଭୁକ୍ତି ବିକାଶ, ଆଦିବାସୀ କଲ୍ୟାଣ, ଯୁବ ଓ କ୍ରୀଡ଼ା, କୃଷି, ଆଇଟି ଏବଂ ପୁଞ୍ଜିନିବେଶ ଭଳି କ୍ଷେତ୍ରରେ ୫ଟି ନେତୃତ୍ୱାଧୀନ ପରିବର୍ତ୍ତନର ଏକାଧିକ ସ୍ତମ୍ଭ ପ୍ରଦର୍ଶିତ ହୋଇଛି ।ଲୋକଙ୍କ ସ୍ୱରକୁ ସୁଦୃଢ଼ କରିବା, ସେମାନଙ୍କୁ ରାଜ୍ୟର ପ୍ରଗତିରେ ଅଂଶୀଦାର କରିବା ଦିଗରେ ଦଳର ପ୍ରତିବଦ୍ଧତାକୁ ମଧ୍ୟ ଏହି ୱେବସାଇଟରେ ଦର୍ଶାଯାଇଛି । ୫ଟି ଅଧ୍ୟକ୍ଷଙ୍କ ନିରନ୍ତର ପ୍ରୟାସ ଭାବେ ସମସ୍ତ ଜିଲ୍ଲାର ଲୋକଙ୍କ ଠାରୁ ମତାମତ ସଂଗ୍ରହ କରିବା ଏବଂ ଅଭିଯୋଗର ଶୀଘ୍ର ର୍ନିଦ୍ଧାରିତ ସମୟ ମଧ୍ୟରେ ସମାଧାନ କରିବା ପାଇଁ ୱେବସାଇଟ୍‌ରେ ଏକ ବିଭାଗ ରହିଛି ।

ଏହି ୱେବସାଇଟରେ ଏକ ଆଧୁନିକ ସୋସିଆଲ ମିଡିଆ ପ୍ଲାଟଫର୍ମ ରହିଛି ଯେଉଁଥିରେ ଡିଜିଟାଲ ଡୋମେନରେ ସମର୍ଥକ ଏବଂ ନାଗରିକଙ୍କ ସହ ସମାନ ଭାବରେ ଯୋଡ଼ି ହେବା ପାଇଁ ଦଳର ପ୍ରୟାସକୁ ଦର୍ଶାଯାଇଛି । ଜନ କଲ୍ୟାଣ ପାଇଁ ଏକ ଅଲଗା ବିଭାଗ ସମର୍ପିତ, ଯେଉଁଠାରେ ଦଳ ମାନ୍ୟବର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ୱରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ତାଲିକାଭୁକ୍ତ କରିଛି ।ଯୋଜନାଗୁଡିକ ହିତାଧିକାରୀ ଭିତ୍ତିରେ ତାଲିକାଭୁକ୍ତ ହୋଇଛି ଏବଂ ନାଗରିକମାନଙ୍କୁ କଲ୍ୟାଣକାରୀ ଯୋଜନାଗୁଡିକର ଲାଭ ଉଠାଇବାରେ ଏହା ସାହାଯ୍ୟ କରିବ । ଏହି ୱେବସାଇଟରେ ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶାର ଭାବନା ପ୍ରତିଫଳିତ ହେବା ସହ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟବାସୀଙ୍କୁ ‘ଶଙ୍ଖନାଦ’ରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି ।

Leave a Reply

Your email address will not be published. Required fields are marked *