ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇ

ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇ ଶଙ୍ଖ ଭବନରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇଛନ୍ତି । ମନ୍ତ୍ରୀ ଟୁକୁନି ସାହୁ ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏବଂ ଅଧିରାଜ ପାଣୀଗ୍ରାହୀଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି।

ବିଜେଡିରେ ଯୋଗଦେବା ପରେ ସୁରେନ୍ଦ୍ର ସିଂହ ଭୋଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋତେ ଦଳରେ ସାମିଲ କରିଥିବାରୁ ମୁଁ ଅନ୍ତରରୁ ଧନ୍ୟବାଦ ଜଣାଉଛି ଏବଂ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଆଜି ସାରା ରଜ୍ୟରେ ବିକାଶର ସ୍ପର୍ଶ ଲାଗିଛି । ଉପାନ୍ତରୁ ଉପକୂଳ ସବୁଠି ରୁପାନ୍ତରଣ ଦେଖିବାକୁ ମିଳୁଛି । ଏହି ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ମୁଁ କଂଗ୍ରେସ ଦଳକୁ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଛି । ସାରା ରାଜ୍ୟରେ ଯେଉଁ ନୂଆ ଓଡ଼ିଶା ନବୀନ ଓଡ଼ିଶା ଗଠନ ପାଇଁ ସଂକଳ୍ପ ନେଇଛନ୍ତି ସେହି କାର୍ଯ୍ୟରେ ମୁଁ ନିଜକୁ ସାମିଲ କରିବା ସହ ମୋର ହଜାର ହଜାର ସମର୍ଥକ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ସୁରେନ୍ଦ୍ର ତିନି ଥର କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ବଲାଙ୍ଗୀର ଜିଲ୍ଲା ସଇଁତଳା ଆସନରୁ ୧୯୯୫ ଓ ୨୦୦୦ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସୁରେନ୍ଦ୍ର ଟିଟିଲାଗଡ଼ରୁ ନିର୍ବାଚିତ ହୋଇଥିଲେ। କଂଗ୍ରେସ ସରକାର ଅମଳରେ ସେ କିଛି ମାସ ପରିବେଶ, ଜଙ୍ଗଲ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଥିଲେ ।

Leave a Reply

Your email address will not be published. Required fields are marked *