ସୁଭଦ୍ରା ଯୋଜନା ପାଇଁ ଫିଡ୍‌ବ୍ୟାକ ସଂଗ୍ରହ କରିବା ଏକ ବିଜେପିର ପ୍ରହସନ: ବିଜେଡି

ଉପ ସୁଭଦ୍ରା ଯୋଜନା ପାଇଁ ଫିଡ୍‌ବ୍ୟାକ ସଂଗ୍ରହ କରିବା ଏକ ବିଜେପିର ପ୍ରହସନ: ବିଜେଡିମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାର ଏସଓପି ପ୍ରକାଶ କରିବା ପୂର୍ବରୁ ଜିଲ୍ଲାପାଳ ମାନଙ୍କ ଦ୍ୱାରା ଜନ ସାଧାରଣଙ୍କ ଠାରୁ ଫିଡ଼ବ୍ୟାକ ନିଆଯିବ ବୋଲି ଦେଇଥିବା ମନ୍ତବ୍ୟକୁ ନେଇ ବର୍ଷିଛି ବିଜେଡି। ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାର ଏସଓପି ପ୍ରକାଶ କରିବା ପୂର୍ବରୁ ଜିଲ୍ଲାପାଳ ମାନଙ୍କ ଦ୍ୱାରା ଜନ ସାଧାରଣଙ୍କ ଠାରୁ ଫିଡ଼ବ୍ୟାକ ନିଆଯିବ ବୋଲି ଦେଇଥିବା ମନ୍ତବ୍ୟରୁ ଏହି ଯୋଜନାର ସଫଳ ରୂପାୟନକୁ ନେଇ ଜନ ସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ରାଜ୍ୟର ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ସହାୟତା ଦିଆଯିବ। ନିର୍ବାଚନ ପୂର୍ବରୁ ବିଜେପିର ଘୋଷଣାପତ୍ରରେ ଏହା ପ୍ରକାଶିତ ହୋଇଥିଲା। ରାଜ୍ୟରେ ସରକାର ଗଠନର ପ୍ରଥମ ଦିନ ଅର୍ଥାତ୍‌ ଜୁନ୍‌ ୧୨ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହା ସହ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନରେ ରାଜଧାନୀରେ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇ ମହିଳାମାନଙ୍କୁ ସୁଭଦ୍ରା ଭାଉଚର ବଣ୍ଟନ କରାଯିବ ବୋଲି ମଧ୍ୟ ସରକାର ଘୋଷଣା କଲେ। ମାତ୍ର ବଜେଟ୍‌ରେ ଏହି ଯୋଜନା ପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟବରାଦ ହେବା ପରେ ଏହାର କାର୍ଯ୍ୟକାରିତାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ବଜେଟରେ ଆବଣ୍ଟିତ ରାଶିରେ ରାଜ୍ୟର ସର୍ବାଧିକ ୨୦ ଲକ୍ଷ ମହିଳା ଉପକୃତ ହୋଇପାରିବାର ବ୍ୟବସ୍ଥା ଥିବାରୁ ଅବଶିଷ୍ଟ ୮୫ ଲକ୍ଷ ମହିଳା ଏଥିରୁ ବଞ୍ଚିତ ହେବା ସ୍ପଷ୍ଟ ହୋଇ ଯାଇଛି ।

 

Leave a Reply

Your email address will not be published. Required fields are marked *