ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଦଳର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ତ୍ୟାଗ ଓ ସେବାର ପ୍ରତୀକ, ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଏହି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଏହା ଦୁଇ ମାସ ଧରି ଚାଲିବ । ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ପ୍ରଥମ ସଭ୍ୟ ଭାବେ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ପଞ୍ଜିକୃତ ହୋଇଥିଲେ । ବରିଷ୍ଠ ନେତା ଶ୍ରୀ ଅଶୋକ ପଣ୍ଡା ଦଳ ସଭାପତିଙ୍କୁ ପ୍ରଥମ ସଭ୍ୟ ଭାବେ ପଞ୍ଜିକୃତ କରିଥିଲେ ।ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ସଭ୍ୟ ସଂଗ୍ରହ ଅଭିଯାନ ଗୋଟେ ରାଜନୈତିକ ଦଳର ଗୁରୁତ୍ୱପୂର୍ଣ କାର୍ଯ୍ୟକ୍ରମ । ମୁଁ ଚାହେଁ, ଆମ ଦଳର ସକ୍ରିୟ ସଭ୍ୟମାନେ, ପ୍ରତି ଘରକୁ ଯାଆନ୍ତୁ । ଆମ ଦଳର ଆଦର୍ଶ, ଦଳର କାର୍ଯ୍ୟକ୍ରମ ବିଷୟରେ, ଲୋକଙ୍କୁ ବୁଝାନ୍ତୁ । ଲୋକଙ୍କ ମତ ନେଇ ସେମାନଙ୍କୁ ଦଳରେ ସାମିଲ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ଓଡିଶା ବାହାରେ ରହୁଥିବା ଓଡ଼ିଆ ମାନଙ୍କୁ online ଜରିଆରେ ଦଳ ରେ ସାମିଲ ହେବା ପାଇଁ ଶ୍ରୀ ପଟ୍ଟନାୟକ ନିମନ୍ତ୍ରଣ ଜଣାଇଥିଲେ.
କିଛି ଦଳ, ଯେପରି missed call କରି, ସଭ୍ୟ ସଂଗ୍ରହ କରୁଛନ୍ତି ତାକୁ ନାପସନ୍ଦ କରି ଶ୍ରୀ ପଟ୍ଟନାୟକ କହିଥିଲେ,missed call ଡ଼ାଇରୀ ସେମାନଙ୍କ membership registar ହୋଇପାରେ.
ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ସେବା, ସ୍ୱାଭିମାନ ଓ ସଂଗ୍ରାମ, ଆମର ଆଦର୍ଶ । ଓଡିଶାବାସୀଙ୍କ ସେବା, ଓଡ଼ିଆ ଜାତିର, ସ୍ୱାଭିମାନର ସୁରକ୍ଷା ଏବଂ ଓଡିଶାର ସ୍ୱାର୍ଥ ପାଇଁ, ଆମର ପ୍ରିୟ ବିଜୁ ବାବୁ ଶେଷ ପର୍ଯ୍ୟନ୍ତ ସଂଗ୍ରାମ କରି ଯାଇଛନ୍ତି । ଆମ ସମସ୍ତଙ୍କ ପାଇଁ ବିଜୁ ବାବୁ ହେଉଛନ୍ତି ପ୍ରେରଣା । ବିଜୁ ଜନତା ଦଳ ସରକାର ସମୟରେ ହୋଇଥିବା ଭଲ କାମ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାରଙ୍କ ଯୋଜନା, ଅନ୍ୟମାନଙ୍କ ପାଇଁ ମଡେଲ ହୋଇଛି । ଭାରତ ସରକାର ବି ଆମର ଅନେକ ଯୋଜନା ଆପଣେଇଛନ୍ତି । ସେ କହିଥିଲେ, ଭୋଟ ବ୍ୟାଙ୍କ ସୃଷ୍ଟି କରିବା, କେବେ ବି ବିଜେଡି ସରକାରର ଲକ୍ଷ୍ୟ ନଥିଲା । ବିକାଶ ଓ କଲ୍ୟାଣ ହେଉଛି ଆମର ଫୋକସ ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ତାଙ୍କ ସରକାର, ଆରମ୍ଭ କରିଥିବା ବିକାଶ ଓ କଲ୍ୟାଣ ଯୋଜନାରୁ ଓଡିଶାବାସୀଙ୍କୁ କେହି ବଞ୍ଚିତ କରିପାରିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।
ବିଜୁ ଜନତା ଦଳ, ଓଡିଶାର ଏକ ନମ୍ୱର ଦଳ । ଗତ ନିର୍ବାଚନରେ ବିଜେଡି ଅଧିକ ଭୋଟ ପାଇଥିଲା ଓ ଭୋଟ ପ୍ରତିଶତ ମଧ୍ୟ ଅଧିକ ଥିଲା । ସେ କହିଥିଲେ ଯେ, ବିଜୁ ଜନତା ଦଳ ଓଡିଶାବାସୀଙ୍କ ହୃଦୟରେ ଅଛି । ଓଡିଶାର ଗୌରବ ପାଇଁ ନିଷ୍ଠାର ସହ କାମ କରିଚାଲିଛି । ଉପସ୍ଥିତ ନେତୃମଣ୍ଡଳୀ ଓ କର୍ମୀମାନଙ୍କ ଉଦେ୍ଦଶ୍ୟରେ କହିଥିଲେ, ଆସନ୍ତୁ ଆମେ ସମସ୍ତେ, ଗର୍ବର ସହ କହିବା ଆମେ ବିଜୁ ଜନତା ଦଳର କର୍ମୀ, ଓଡିଶା ମା’ର ସେବକ ।
ବିଜେଡିର ବରିଷ୍ଠ ନେତା ଶ୍ରୀ ଦେବୀପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟ୍ୟରେ ସଭ୍ୟ ସଂଗ୍ରହ କମିଟିର ମୁଖ୍ୟ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଅନନ୍ତ ଜେନା ,ସୁଶାନ୍ତ ରାଉତ, ଭୁବନେଶ୍ୱର ମେୟର ସୁଲୋଚନା ଦାସ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଅଶୋକ ପଣ୍ଡା ପ୍ରମୁଖ ଉଦବୋଧନ ଦେଇଥିଲେ ।
ଭିଡ଼ିଓ କନଫରେନ୍ସ ଜରିଆରେ ସାରା ରାଜ୍ୟର ତେତିଶଟି ସାଂଗଠନିକ ଜିଲ୍ଲାର ହଜାର ହଜାର କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଓ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ମୟୁରଭଞ୍ଜ, ମାଲକାନଗିରି, ଝାରସୁଗୁଡା, ପୁରୀ, ବରଗଡ ଓ ରାଉରକେଲାରେ ବିଭିନ୍ନ ବର୍ଗର ଲୋକ ବିଜେଡିର ସଦସ୍ୟତା ଗ୍ରହଣ କରିଥିଲେ ଓ ସେହି ସଦସ୍ୟମାନେ ନବୀନଙ୍କ ସହ ବାର୍ତ୍ତାଳାପ କରିଥିଲେ ।
2024-10-09

