ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି

ଭୁବନେଶ୍ଵର :25.02.2022 : ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ପୌର ନିର୍ବାଚନ ପାଇଁ ବିଗୁଲ ବାଜିଛି । ଏଥିପାଇଁ ବିଧିବଦ୍ଧ ଭାବେ ରାଜ୍ୟ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି । ଆସନ୍ତା ମାସ ମାର୍ଚ୍ଚ ୨୪ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ସେହିପରି ମାର୍ଚ୍ଚ ୨୬ରେ ଅନୁଷ୍ଠିତ ହେବ ଭୋଟ ଗଣତି । ଅନ୍ୟପଟେ ପୌର ନିର୍ବାଚନ ପାଇଁ ଫେବ୍ରୁଆରୀ ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇବ । ମାର୍ଚ୍ଚ ୨ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ମନୋନୟନ ପତ୍ର ଦାଖଲ ଅନୁଷ୍ଠିତ ହେବ । ଅନ୍ୟପଟେ ମାର୍ଚ୍ଚ ୯ତାରିଖରେ ନାମାଙ୍କନପତ୍ର ଯାଞ୍ଚ ଓ ୧୪ ସୁଦ୍ଧା ପ୍ରତ୍ୟାହାର କରିପାରିବେ । ମେୟର ବା ପୌରାଧ୍ୟକ୍ଷ ନିର୍ବାଚନ ଏଥର ସିଧାସଳଖ ଅନୁଷ୍ଠିତ ହେବ । ସେହିପରି ବାଲାଟ ପେପର ପରିବର୍ତ୍ତେ ଇଭିଏମ୍‌ରେ ହେବ ଭୋଟ୍ ଗ୍ରହଣ । ପ୍ରତି ବୁଥରେ ରହିବ ୨ଟି ଲେଖାଏଁ ଇଭିଏମ୍ । ଗୋଟିଏ ଇଭିଏମ୍‌ରେ ମେୟର ବା ପୌରାଧ୍ୟକ୍ଷଙ୍କୁ ଭୋଟ ଦେଇ ହେବ ଓ ୨ୟ ଇଭିଏମ୍‌ରେ କାଉନସିଲର ଵା କର୍ପୋରେଟରଙ୍କୁ ଭୋଟ ଦେଇହେବ । ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ରହିବ ‘ନୋଟା’ ବିକଳ୍ପ । ଅନ୍ୟପଟେ ଏପ୍ରିଲ ୭ରେ ପୌର ଉପାଧ୍ୟକ୍ଷ ଓ ୮ରେ ଡେପୁଟୀ ମେୟର ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ସାରା ରାଜ୍ୟରେ ୧୦୬ଟି ଏନ୍‌ଏଏସି ବା ମ୍ୟୁନିସିପାଲିଟି ପାଇଁ ଓ ୩ଟି ମହାନଗରରେ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଅନ୍ୟପଟେ ଅଦାଲତି ମାମଲା ପାଇଁ ପୁରୀ ମ୍ୟୁନିସିପାଲିଟିରେ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ ।

Leave a Reply

Your email address will not be published. Required fields are marked *