ଜନ୍ମରୁ ଆରମ୍ଭ ମୃତ୍ୟୁରେ ଶେଷ। ଜନ୍ମ ଆଉ ମୃତ୍ୟୁ ଚିରନ୍ତନ ସତ୍ୟ। ଜୀବନରେ ଆସେ ଜବନିକା। ଅର୍ଥାତ ପ୍ରତ୍ୟେକ ମଣିଷ ଦିନେ ନା ଦିନେ ମୃତ୍ୟୁକୁ ସାମ୍ନା କରେ। ସେ ଶେଷ ସମୟରେ କଣ ଚିନ୍ତା କରେ? କାହା ବିଷୟରେ ଭାବୁଥାଏ? ତା ମନରେ ସେତେବେଳେ କଣ ଚାଲୁଥାଏ? ଏସବୁ ଜାଣିବାକୁ ଅନେକଙ୍କ ଇଚ୍ଛା ହୁଏ। ଏହା ବଡ ପ୍ରଶ୍ନ ବି। ତେବେ ନିକଟରେ ଏକ ରେକର୍ଡିଂରୁ ଏସବୁକୁ ନେଇ ସ୍ପଷ୍ଟ ହୋଇଛି। ଏଷ୍ଟୋନିଆର ତାରତୁ ୟୁନିଭରସିଟିରେ ଏନେଇ ଏକ ରିସର୍ଚ୍ଚ ହୋଇଛି। ଅର୍ଥାତ ମୃତ୍ୟୁ ପୂର୍ବରୁ ମାନସିକ ଅବସ୍ଥା।
ତାରତୁ ବିଶ୍ବବିଦ୍ୟାଳୟର ଗବେଷକଙ୍କ ଦ୍ବାରା ମରିବାକୁ ଯାଉଥିବା ମଣିଷର ମାନସିକ ଗତିବିଧିର ରେକର୍ଡିଂ ହୋଇଛି। ଜଣା ପଡିଛି ଆଶ୍ଚର୍ଯ୍ୟଜନକ କଥା। ମୃତ୍ୟୁ ପୂର୍ବର ଭାବନା। ଠିକ୍ ସ୍ବପ୍ନ ପରି ଅନୁଭବ। ମରିବାର କିଛି ସମୟ ପୂର୍ବରୁ ମଣିଷ ତା ପୁରୁଣା ଜୀବନର ସ୍ମୃତିକୁ ମନେ ପକାଉଥିବା ଗବେଷକଙ୍କ ରେକର୍ଡିଂରୁ ଜଣାପଡିଛି। ତାରତୁ ୟୁନିଭରସିଟିର ଡାକ୍ତର ରାଲ ବିସେଟ୍ରେ ଜଣେ ୮୭ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ସମୟର ମାନସିକ ଗତିର ରେକର୍ଡିଂ କରିଛନ୍ତି। ବୃଦ୍ଧ ଜଣଙ୍କ ବାତ ରୋଗରେ ପାଡିତ ଥାଇ ମୃତ୍ୟୁ ସଜ୍ୟାରେ ଥିଲେ। ଏଥିପାଇଁ ସେ EEG ଇଲେକ୍ଟ୍ରୋଇନସିଫେଲୋଗ୍ରାଫି ସାହାଯ୍ୟ ନେଇଛନ୍ତି। ସେହି ବୟସ୍କ ବ୍ୟକ୍ତିଙ୍କର ମୁଣ୍ଡରେ ମନିଟରିଂ EEG ମେସିନ୍ ଲଗାଯାଇଥିଲା। ଆଉ ଜଣାପଡିଥିଲା ରହସ୍ୟ। ଜୀବନର ଶେଷ ପୂର୍ବରୁ ମନେପଡେ ଜୀବନର କଥା।
ୟୁନିଭରସିଟିର ଅଧ୍ୟାପକ ଡାକ୍ତର ଆଜମଲ ଜେମାର କହିଛନ୍ତି, ଆମେ EEG ମେସିନ୍ ମାଧ୍ୟମରେ ମୃତ୍ୟୁ ପଥିକ ବୃଦ୍ଧଙ୍କ ମାନସିକତାର ୯୦୦ ସେକେଣ୍ଡର ରେକର୍ଡିଂ କରିଛୁ। ଅର୍ଥାତ୍ ପାଖାପାଖି ୧୫ ମିନିଟ୍ର। ଆମର ସମସ୍ତ ଫୋକସ୍ ମୃତ୍ୟୁ ପୂର୍ବରୁ ୩୦ ସେକେଣ୍ଡ ଏବଂ ତା ପରର ୩୦ ସେକେଣ୍ଡ ପର୍ଯ୍ୟନ୍ତ ରହିଥିଲା। ଯେପର୍ଯ୍ୟନ୍ତ ବୃଦ୍ଧ ବ୍ୟକ୍ତିଙ୍କ ହୃତପିଣ୍ଡ ଚାଲିଥିଲା। ସେ ସମୟରେ ତାଙ୍କର ଚିନ୍ତା କରିବାର ଗତି ମଧ୍ୟ ବଢୁଥିଲା। ବୃଦ୍ଧ ଜଣଙ୍କ ତାଙ୍କ ପୂରୁଣା ଜୀବନ, କିଛି ପୁରୁଣା ଘଟଣା, ପରିବାର ଓ ପ୍ରିୟଜନଙ୍କ କଥା ଚିନ୍ତା କରୁଥିଲେ। ଏକ ସମୟରେ ବୃଦ୍ଧଜଣଙ୍କ ବହୁତ ଘଟଣା ବିଷୟରେ ଭାବୁଥିଲେ। ଏବଂ ବଦୁତ ଜଲ୍ଦି ଭାବୁଥିଲେ।
କାରଣ ତାଙ୍କ ମୁଣ୍ଡରେ ସୃଷ୍ଟି ତରଙ୍ଗର ତୀବ୍ରତା ଅଧିକ ଥିଲା। ତେବେ ବିଶେଷକଙ୍କ ସିଦ୍ଧାନ୍ତ ହେଲା ମୃତ୍ୟୁ ପୂର୍ବରୁ ସାରା ଜୀବନର କଥା ହିଁ ମନରେ ମସ୍ତିସ୍କରେ ଆସୁଥାଏ।

