ବିରୋଧୀ ଦଳ ଗୁଡିକ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ନାଁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ମୁହଁ ଖୋଲିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ବିହାର ମୁଖ୍ୟମନ୍ତ୍ରୀ ଏହି ଚର୍ଚ୍ଚାକୁ ସମ୍ପୂର୍ଣ୍ଣ ରୁପେ ଖଣ୍ଡନ କରିଛନ୍ତି । ଏହାସହ ରାଷ୍ଟ୍ରପତି ପଦ ପାଇଁ କୌଣସି ଆଶା କିମ୍ୱା ଅଭିଳାଶା ନଥିବା ସେ କହିଛନ୍ତି ।
ବିହାର ମୁଖ୍ୟମନ୍ତ୍ରୀ ନିଜର ସମାଜ ସୁଧାର ଅଭିଯାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଜମୁଇ ପହଞ୍ଚିଥିଲେ। ଏହି ସମୟରେ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀ ହେବା ଉପରେ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ତାଙ୍କୁ ଏପରି ଚର୍ଚ୍ଚାରେ କୌଣସି ରୁଚି ନାହିଁ ।
ନୀତୀଶ କୁମାର କହିଛନ୍ତି, ଏପରି ଚର୍ଚ୍ଚାରେ ମୁଁ ନିଜେ ଆଶ୍ଚର୍ଯ୍ୟ। ଏହିସବୁ ସହ ଆମର କିଛି ସମ୍ପର୍କ ନାହିଁ। ନା ଏଥିରେ କିଛି କଥା ଅଛି, ନା ଏହା ଉପରେ କୌଣସି ଚର୍ଚ୍ଚା ହୋଇଛି । ସମାଜ ନଜର ସୁଧାର ଉପରେ। ଏହା ଉପରେ ଆମେ ଆରମ୍ଭରୁ କାମ କରିଆସିଛୁ ଏବଂ ଆଜି ମଧ୍ୟ କରୁଛି।
ମିଡିଆ ରିପୋର୍ଟ ଅନୁସାରେ, ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟି ତାଙ୍କ ଆଗରେ ଏହି ପ୍ରସ୍ତାବ ଦେଇଥିଲେ। ପ୍ରଶାନ୍ତ କିଶୋର ରାଷ୍ଟ୍ରପତି ପଦ ପାଇଁ ନୀତୀଶ କୁମାରଙ୍କୁ ପ୍ରାର୍ଥୀ କରିବାକୁ ଚାହାନ୍ତି ଏବଂ ନୀତୀଶଙ୍କ ସମର୍ଥନ ପାଇଁ ଅନ୍ୟ ଦଳ ନେତାଙ୍କ ସହ ମଧ୍ୟ ଆଲୋଚନା ଆରମ୍ଭ କରିଛନ୍ତି।

