ଓଡିଶାରେ ହକି ଇଣ୍ଡିଆ ସଭାପତି ନରିନ୍ଦର ଧ୍ରୁବ ବାର୍ତ୍ତା । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନଙ୍କୁ ଜୁନିଅର ପୁରୁଷ ହକି ବିଶ୍ୱକପ ଟ୍ରଫିର ପ୍ରତିକୃତି ପ୍ରଦାନ କରିଛନ୍ତି ହକି ଇଣ୍ଡିଆ ସଭାପତି । ଅପରାହ୍ନରେ କଳିଙ୍ଗ ଷ୍ଟାଡିୟମରେ ଏହି ଟ୍ରଫି ଦେଇଛନ୍ତି । ଓଡିଶା ସର୍ବଦା ହକିକୁ ପ୍ରୋତ୍ସାହିତ କରି ଆସୁଛି । ଓଡିଶା ଯେବେଠୁ ହକି ଇଣ୍ଡିଆର ପ୍ରାୟୋଜକ ହୋଇଛି, ସେବେଠୁ ହକି ଟିମ୍ ଭଲ ପ୍ରଦର୍ଶନ କରିବାରେ ଲାଗିଛି ।

ସେପଟେ ଓଡିଶାରେ କିଭଳି ଖେଳ ଓ ଖେଳାଳୀଙ୍କର ଉନ୍ନତି ହୋଇପାରିବ ସେନେଇ ମଧ୍ୟ ହକି ଇଣ୍ଡିଆର ସଭାପତି ସମର୍ଥନ ଯୋଗାଇ ଆସିଛନ୍ତି । ସର୍ବଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ସ୍ୱାଗତ ଜଣାଇ ଆସିଛନ୍ତି ହକି ଇଣ୍ଡିଆ ସଭାପତି । ହକି ଟିମକୁ ମୁଖ୍ୟମନ୍ତ୍ରୀ ପ୍ରୋତ୍ସାହିତ କରିବା ପରେ ଟୋକିଓ ଅଲିମ୍ପିକ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା ହକି ଟିମ୍ ।

