ଋଷିଆକୁ ମନିଟାଇଜେସନ ଉପରେ ରୋକ ଲଗାଇଲା ୟୁଟ୍ୟୁବ୍‌

ଋଷିଆ-ୟୁକ୍ରେନ ମଧ୍ୟରେ ଭୟଙ୍କର ଚାଲିଛି ଯୁଦ୍ଧ । ଏହି ଯୁଦ୍ଧ ପରେ ରୁଷ ଉପରେ ସମସ୍ତ ପ୍ରକାର ପ୍ରତିବନ୍ଧକ ଲଗାଉଛନ୍ତି ବିଭିନ୍ନ ଦେଶ। ଏହାରି ଭିତରେ ଋଷିଆକୁ ଝଟକା ଦେଇଛି ୟୁଟ୍ୟୁବ। ଋଷର ବିଭିନ୍ନ ୟୁଟ୍ୟୁବ ଚ୍ୟାନେଲ ଓ ଟିଭି ଚ୍ୟାନେଲ ଉପରେ ଗୁଗୁଲ୍ ୟୁଟ୍ୟୁବରେ ହେଉଥିବା ରୋଜଗାର ଉପରେ ରୋକ ଲଗାଇଛି।
ସୂଚନା ଅନୁଯାୟୀ, ଅସାଧାରଣ ପରିସ୍ଥିତିକୁ ଦର୍ଶାଇ ୟୁଟୁବ କହିଛି ଯେ, ତାଙ୍କର ପ୍ଲାଟଫର୍ମରେ ଅନେକ ଚାନେଲ କାରଣରୁ ମନିଟାଇଜେସନ ଉପରେ ରୋକ ଲାଗାଯାଇଛି। ଯେଉଁଥିରେ ଋଷିଆର ଅନେକ ଚାନେଲ ସାମିଲ ରହିଛି। ଏଭଳି ପରିସ୍ଥିତିରେ ୟୁଟ୍ୟୁବର ଏହି ପଦକ୍ଷେପ ଦ୍ବାରା ରୁଷିଆ ସରକାରଙ୍କ ପାଇଁ ଏକ ବଡ଼ ପ୍ରତିବନ୍ଧକ ସୃଷ୍ଟି ହୋଇଛି ବୋଲି କୁହାଯାଉଛି ।ଏଭଳି ପରିସ୍ଥିତିରେ ରୁଷ କି ନିଷ୍ପତି ନେଉଛି ତାହା ସାରା ବିଶ୍ଵର ନଜର ରହିଛି ।
ଋଷିଆକୁ ମନିଟାଇଜେସନ ଉପରେ ରୋକ ଲଗାଇଲା ୟୁଟ୍ୟୁବ୍‌

Leave a Reply

Your email address will not be published. Required fields are marked *