କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଗିରିବାଳ ବେହେରା

ପୌର ନିର୍ବାଚନ ପାଇଁ ସରଗରମ ହେଲାଣି ରାଜନୀତି । ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ତେବେ ଏହାରି ଭିତରେ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଚଳିତ ପୌର ନିର୍ବାଚନରେ କଂଗ୍ରେସ ପକ୍ଷରୁ ମେୟର ପ୍ରାର୍ଥୀ ଗିରିବାଳ ବେହେରା ହେବ । ପୌର ନିର୍ବାଚନ ନେଇ କଂଗ୍ରେସ ଭବନରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହ କଟକ ମହାନଗର ସମସ୍ତ କର୍ପୋରେଟର ପ୍ରାର୍ଥୀ ମଧ୍ୟ ଚୁଡାନ୍ତ ହୋଇଛି । ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ଭୁବନେଶ୍ୱର ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି କହିଛି କଂଗ୍ରେସ ।

ଆଜି କଂଗ୍ରେସ ଭବନରେ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଏହି ବୈଠକରେ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀଳ ବିଶ୍ୱାଳ, ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ରମେଶ ଜେନା ଉପସ୍ଥିତ ଥିଲେ । ତେବେ ପଞ୍ଚାୟତ ନିର୍ବାଚନର ଫଳାଫଳ କୌଣସି ପ୍ରଭାବ ପୌର ନିର୍ବାଚନର ଉପରେ ପଡିବନି ବୋଲି କହିଛି କଂଗ୍ରେସ । ସେହିପରି କଟକରେ ଗୋଟିଏ ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ହାତରେ ଥିବାରୁ କଟକ ମହାନଗର ନିଗମକୁ ଦଖଲକୁ ନେବାକୁ ଆଶାବାଦୀ କଂଗ୍ରେସ। ସହରରେ ଅନେକ ପ୍ରସଙ୍ଗ ରହିଛି ତାକୁ ନେଇ ଲୋକଙ୍କ ପଖାକୁ ଯିବେ ବୋଲି କହିଛନ୍ତି ମେୟର ପ୍ରାର୍ଥୀ ଗିରିବାଳା ବେହେରା ।

Leave a Reply

Your email address will not be published. Required fields are marked *