ଜୁନ୍ ୯ରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଟି-୨୦ ମ୍ୟାଚ :ସଞ୍ଜୟ ବେହେରା

କଟକ ବାରବାଟୀକୁ ପୁଣି ଫେରିଲା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ । ଜୁନ୍ ୯ରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ ଖେଳାଯିବ । ଏନେଇ ବିସିସିଆଇ ଘୋଷଣା କରିଛି । ଭାରତ-ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଏହି ମ୍ୟାଚ ପ୍ରଥମେ ବେଙ୍ଗାଲୁରୁରେ ଖେଳାଯିବାକୁ ନିଷ୍ପତ୍ତି ହୋଇଥିଲା କିନ୍ତୁ ଓଡ଼ିଶା କ୍ରିକେଟ ଆସୋସିଏସନର ସମ୍ପାଦକ ସଞ୍ଜୟ ବେହେରା ଏହି ମ୍ୟାଚକୁ ବାରବାଟୀ ଷ୍ଟାଡିୟମକୁ ଦେବାକୁ ବିସିସିଆଇକୁ ଅନୁରୋଧ କରିଥିଲେ । ଓସିଏର ଅନୁରୋଧ ପରେ ଏହି ମ୍ୟାଚକୁ ରିସିଡ୍ୟୁଲ କରାଯାଇ ଏହି ମ୍ୟାଚକୁ ବାରବାଟୀ ଷ୍ଟାଡିୟମକୁ ଦିଆଯାଇଥିଲା ।
ଏହା ପୂର୍ବରୁ ମଧ୍ୟ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ କଟକକୁ ମିଳିଥିଲା । ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହୋଇଥିବା ଟି-୨୦ ସିରିଜର ଏକ ମ୍ୟାଚ ବାରବାଟୀକୁ ମିଳିଥିଲା । କିନ୍ତୁ କରୋନା ମହାମାରୀ ପାଇଁ ଏହାକୁ କୋଲକତାର ଇଡେନ ଗାର୍ଡେନକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏବେ ପୁଣି ଥରେ ବାରବାଟୀକୁ ଆଉ ଏକ ମ୍ୟାଚ ମିଳିଥିବାରୁ ବେଶ୍ ଉତ୍ସାହିତ ଅଛନ୍ତି କ୍ରିକେଟ ପ୍ରେମୀ ।ଓଡିଶା କ୍ରିକେଟ ଖେଳାଳି ମଧ୍ୟ ଟି-୨୦ ମ୍ୟାଚ ଖେଳା ଯିବାକୁ ନେଇ ବହୁତ ଖୁସି ଅଛନ୍ତି

Leave a Reply

Your email address will not be published. Required fields are marked *