୭୦% ଆସନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ନେତୃତ୍ୱ ଦେବା ଏକ ଯୁଗାନ୍ତକାରୀ ପଦକ୍ଷେପ: ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ସରିଛି ଜିଲ୍ଲା ପରିଷଦ ସଭାପତି ପଦ ପାଇଁ ନିର୍ବାଚନ । ଚଳିତ ପଞ୍ଚାୟତ ନିର୍ବାଚନରେ ୮୫୨ ଆସନରୁ ଶାସକ ବିଜେଡି ଏକାକି ୭୬୬ ଆସନ ନେଇଥିବା ବେଳେ, ବିଜେପି ୪୨ ଓ କଂଗ୍ରେସ ୩୭ ଆସନ ପାଇଛି । ସଂଖ୍ୟା ଦୃଷ୍ଟିରୁ ସବୁ ଜିଲ୍ଲାରେ ବିଜେଡି ଜିଲ୍ଲା ପରିଷଦ ସଭାପତି ଆସନ ହାତେଇଛି । ଓଡ଼ିଶା ଇତିହାସରେ ବିଜେଡି ପ୍ରଥମ ରାଜନୈତିକ ଦଳ ଯିଏ ସବୁ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିଛି ।
ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟ୍ଵିଟ କରି କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନାରୀ ସଶକ୍ତିକରଣ ମନ୍ତ୍ର ଓଡ଼ିଶା ରାଜନୀତିରେ ନୂଆ ଇତିହାସ ସୃଷ୍ଟି କରିଛି । ପ୍ରଥମ ଥର ବିଜେଡି ସମସ୍ତ ଜିଲ୍ଲା ପରିଷଦ ଗଠନ କରିଥିବାବେଳେ ୭୦% ଆସନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ନେତୃତ୍ୱ ଦେବା ଏକ ଯୁଗାନ୍ତକାରୀ ପଦକ୍ଷେପ ।ଆଉ ମୁଁ ବିଜେଡିର ଜଣେ ସକ୍ରିୟ କର୍ମୀ ହିସାବରେ ନିଜକୁ ଧନ୍ୟ ମନେ କରୁଛି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *