ଦେଶର ସର୍ବାଧିକ କାଳ ଦ୍ଵିତୀୟ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ଏବେ ଏକ ନୂଆ ରେକର୍ଡ଼ର ଅଧିକାରୀ ହୋଇସାରିଛନ୍ତି। ଦେଶର ଦ୍ୱିତୀୟ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ଭାବରେ ସେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତିବସୁଙ୍କୁ ଅତିକ୍ରମ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ନାଗାଲାଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଂ ଦେଶର ସର୍ବାଧିକ ଅବଧି ମୁଖ୍ୟମନ୍ତ୍ରୀ ସୂଚୀରେ ପ୍ରଥମ ସ୍ଥାନରେ ଥିବାବେଳେ ମିଳିତ ଭାବରେ ଜ୍ୟୋତି ବସୁ ଓ ନବୀନ ପଟ୍ଟନାୟକ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଆସନ୍ତାକାଲି ଏହି ରେକର୍ଡ଼ ଭାଙ୍ଗି ନବୀନ ଦେଶର ଦ୍ୱିତୀୟ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ହେବାର ମାନ୍ୟତା ହାସଲ କରିଛନ୍ତି , ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପୱନ କୁମାର ଚାମଲିଂ, ଜ୍ୟୋତି ବସୁ ଓ ନବୀନ ପଟ୍ଟନାୟକ ସମସ୍ତେ ନିରବଚ୍ଛିନ୍ନ ଭାବରେ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଛନ୍ତି; ଯାହା ସାରା ଦେଶରେ ଏକ ରେକର୍ଡ଼।
ସିକିମ୍‌‌ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଂ ୧୯୯୪ ଡ଼ିସେମ୍ବର ୧୨ ତାରିଖରୁ ୨୦୧୯ ମେ ୨୭ ତାରିଖ ପର୍ଯ୍ୟନ୍ତ ୨୪ ବର୍ଷ ୧୬୬ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ। ସେହିପରି ଜ୍ୟୋତି ବସୁ ୧୯୭୭ ଜୁନ୍‌‌ ୨୧ ତାରିଖରୁ ୨୦୦୦ ନଭେମ୍ବର ୬ ପର୍ଯ୍ୟନ୍ତ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ଥିଲେ। ଦେଶର ତୃତୀୟ ମୁଖ୍ୟମନ୍ତ୍ରୀ ଭାବରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରୁ ଅଦ୍ୟାବଧି ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ଅଛନ୍ତି। ସେ ତାଙ୍କ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳର ୨୩ବର୍ଷ ୧୩୮ ଦିନ ଅତିକ୍ରମ କରିଛନ୍ତି ।

Leave a Reply

Your email address will not be published. Required fields are marked *