ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ହେଲେ ସାଂସଦ ମାନସ ମଙ୍ଗରାଜ , ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଜୁ ଜନତା ଦଳ ତରଫରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ଭାବେ ସାଂସଦ ମାନସ ମଙ୍ଗରାଜଙ୍କୁ ନିଯୁକ୍ତି ଦେଇଛନ୍ତି । ଏନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବୁଧବାର ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି। ପୂର୍ବରୁ ବିଜେଡି ସୁପ୍ରିମୋ ତାଙ୍କୁ ଯେଉଁ ଦାୟିତ୍ବ ଦେଇଛନ୍ତି ସେ ସୂଚାରୁ ରୂପେ ତୁଲାଇଛନ୍ତି ।

ସାଂସଦ ମାନସ ମଙ୍ଗରାଜଙ୍କୁ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ଭାବେ ଦାୟିତ୍ବ ମିଳିବା ପରେ ଛୁଟିଛି ଶୁଭେଚ୍ଛାର ସୁଅ। ବିଜେଡି ସାଂସଦ ଅମର ପଟ୍ଟନାୟକ, ସାଂସଦ ମାନସ ମଙ୍ଗରାଜଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ସେ ନିଶ୍ଚିତ ଏହି ଦାୟିତ୍ୱ ଭଲ ଭାବେ ତୁଲାଇବେ। ମୁଖ୍ୟ ସଚେତକ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ଦଳର ବାର୍ତ୍ତା ତାଙ୍କ ମାଧ୍ୟମରେ ଆସେ। ଅନ୍ୟଜଣେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ମଧ୍ୟ ଶୁଭେଚ୍ଛା ଜଣାଇ କହିଛନ୍ତି ବହୁତ ଭଲ ହେଲା ଯେ ମାନସ ମଙ୍ଗରାଜ ରାଜ୍ୟସଭାରେ ବିଜେଡିର ମୁଖ୍ୟ ସଚେତକ ହେଲେ। ତାଙ୍କ ଅଭିଜ୍ଞତା ଆମ ପାଇଁ ଜରୁରୀ। ଦଳ ବହୁତ ଭଲ ନିଷ୍ପତ୍ତି ନେଲା। ଠିକ ସମୟରେ ଠିକ ଲୋକଙ୍କୁ ଦାୟିତ୍ୱ ମିଳିଛି। ମୁଁ ଓ ଆମ ଦଳ ବହୁତ ଖୁସି।

ସାଂସଦ ମାନସ ମଙ୍ଗରାଜ କହିଛନ୍ତି ମୋ ଉପରେ ଭରସା କରି ମୋତେ ରାଜ୍ୟସଭାରେ ବିଜୁ ଜନତା ଦଳର ମୁଖ୍ୟ ୱିପ୍ ଭାବେ ନିଯୁକ୍ତି ଦେଇଥିବାରୁ ମୁଁ ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି।

 

Leave a Reply

Your email address will not be published. Required fields are marked *