ସମଲେଇ ପ୍ରକଳ୍ପର ସମୀକ୍ଷା ଗସ୍ତରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ

ନୂଆ ରୂପ ନେଉଛି ମା’ ସମଲେଶ୍ବରୀଙ୍କ ମନ୍ଦିର ପରିସର। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ ସକାଳୁ ସମ୍ବଲପୁର ଗସ୍ତ କରି ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଡିସେମ୍ବର ୩୧ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବା ଉପରେ ଗୁରୁତ୍ୱ ଦେଇ ଅଧିକ ମେସିନ ଓ ଲୋକ ବ୍ୟବହାର କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।


ଯାତ୍ରୀମାନେ ଯେପରି ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ଅନୁଭବ ନେଇ ଫେରିବେ ତାକୁ ଆଖିରେ ରଖି ସବୁ କାମ କରିବାକୁ ପରାମର୍ଶ ଦେଇଛନ୍ତି। ଫୁଟ ଓଭର ବ୍ରିଜ୍, ମନ୍ଦିର ଭିତର ବିଭିନ୍ନ କାମ, ଲ୍ୟାମ୍ପ ରୁମ୍, ଐତିହ୍ୟ କରିଡର, ପୁଷ୍କରିଣୀ ସ୍ଥଳ ଓ ପାର୍କିଂ କାମ ଶୀଘ୍ର ସାରିବାକୁ ସେ କହିଛନ୍ତି। ନଦୀ ମୁହାଣର ସୌନ୍ଦର୍ଯ୍ୟକରଣ ସହ ପାନୀୟଜଳ ସୁବିଧା, ଟଏଲେଟ୍, ସିସିଟିଭି ଓ ଆଲୋକୀକରଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ଉପରେ ଅଧ୍ୟକ୍ଷ ଗୁରୁତ୍ୱ ଦେଇଛନ୍ତି ।ଯାତ୍ରୀଙ୍କ ସୁବିଧା ପାଇଁ ପ୍ରାଥମିକ ଚିକିତ୍ସା ଓ ଅନ୍ୟ ମେଡିକାଲ ସେବାର ସୁବିଧା ରଖିବାକୁ ମଧ୍ୟ ସେ କହିଥିଲେ। ଏହି ସମୀକ୍ଷା ରେ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ, RDC, ଜିଲ୍ଲପାଳ, ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *