ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଆଜି ନବୀନ ନିବାସରେ ଦଳର ସମସ୍ତ ସାଂସଦ, ବିଧାୟକଏବଂ ବରିଷ୍ଠ ରାଜନେତାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ଶ୍ର୍ରୀ ଯୁକ୍ତ ପାଣ୍ଡିଆନ ।
୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ବିଜେଡିରେ ସାମିଲ ହେବା ପରେ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ ଜଣାଇଛନ୍ତି। ଗତ କିଛି ବର୍ଷ ହେବ ପାଣ୍ଡିଆନ ରାଜ୍ୟର ଜନସାଧାରଣଙ୍କ କଲ୍ୟାଣ ପାଇଁ କଠୋର ପରିଶ୍ରମ କରିଆସୁଛନ୍ତି। ବିଜେଡି ସଦସ୍ୟ ଭାବେ ଆଗକୁ ମଧ୍ୟ ସେ ଏଭଳି କାମ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ କରି କହିଥିଲେ।
ତେବେ ବିଜେଡିରେ ଯୋଗ ଦେଲା ପରେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ପାଦ ଛୁଇଁ ଆଶୀର୍ବାଦ ନେବା ପରେ ନିଜର ପ୍ରତିକ୍ରିୟାରେ ଭିକେ ପାଣ୍ଡିଆନ କହିଥିଲେ ଯେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଦଳର ନେତାଙ୍କ ସହଯୋଗରେ ସେ ନିଷ୍ଠା ଏବଂ ନମ୍ରତାର ସହ ରାଜ୍ୟବାସୀଙ୍କ ପାଇଁ ନିଃସ୍ୱାର୍ଥ ଭାବରେ କାର୍ଯ୍ୟ କରିବେ।
ଏହା ପରେ ସେ ଦଳୀୟ ମୁଖ୍ୟାଳୟ ଶଙ୍ଖ ଭବନ ଯାଇଥିଲେ। ସେଠାରେ ତାଙ୍କୁ ବିଜେଡି ନେତାଙ୍କ ତରଫରୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହି ଅବସରରେ ଯୁବ ଛାତ୍ର ବିଜେଡି ପକ୍ଷରୁ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା।ସେଠାରେ ସେ ଯୋଗଦାନ ଦେଇଥିଲେ ।
ଏହା ପରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ମନ୍ଦିର ଯାଇ ମା’ଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେଇଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଥିବା ବେଳେ ତାରାତାରିଣୀ ପୀଠର ସକଳ ଉନ୍ନତି ପାଇଁ ଚେଷ୍ଟା କରିଥିଲେ ଭି.କେ ପାଣ୍ଡିଆନ । ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କ ଉଦ୍ୟମ ରେ ତାରାତାରିଣୀ ମନ୍ଦିରର ରୂପାନ୍ତର ହୋଇପାରିଛି । ଦେଶର ଏକ ପ୍ରମୁଖ ଶକ୍ତିପୀଠ ଭାବେ ତାରାତାରିଣୀ ମନ୍ଦିର ମୁଣ୍ଡ ଟେକିଛି। ମନ୍ଦିରର ରୂପାନ୍ତରଣ କ୍ଷେତ୍ରରେ କାର୍ତ୍ତିକ ପାଣ୍ଡିଆନଙ୍କ ଭୂମିକା ଥିଲା ଉଲ୍ଲେଖନୀୟ।

