ନିର୍ବାଚନ ଲଢିବି ନାହିଁ, ଜନସେବା ମୋର ଲକ୍ଷ୍ୟ: କାର୍ତ୍ତିକ ପାଣ୍ଡିଆନ

ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ବିଜେଡି ନେତା ଓ କର୍ମୀଙ୍କୁ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସମ୍ବୋଧନ ଦେଇ କହିଛନ୍ତିଯେ ଆଗାମୀ ନିର୍ବାଚନରେ ପ୍ରତିଦ୍ୱିନ୍ଦ୍ୱିତା କରିବି ନାହିଁ । ମୁଁ ନିର୍ବାଚନ ଲଢିବି ନାହିଁ , ଜନସେବା ମୋର ଲକ୍ଷ୍ୟ ବୋଲି ସେ କହିଛନ୍ତି । ବିଜୁ ବାବୁ ଓ ନବୀବନ ବାବୁଙ୍କ ପ୍ରତି ଥିବା ଭଲ ପାଇବା ମୁଁ ଦେଖିଛି। ସେମାନଙ୍କ ଆଦର୍ଶ ଓ ନେତୃତ୍ବ ମୋତେ ଅନୁପ୍ରାଣିତ କରିିଛି। ଶ୍ରୀଜଗନ୍ନାଥଙ୍କ ପ୍ରତି ମୋର ଅଗାଢ଼ ବିଶ୍ବାସ ରହିଛି। ଯେଉଁଥିପାଇଁ ପ୍ରତି ଶନିବାର ମୁଁ ପୁରୀ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯାଇଥାଏ । ଶ୍ରୀଜଗନ୍ନାଥଙ୍କ କୃପା ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ପ୍ରତି ରହିଛି ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।

ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସରିବା ପରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, କାର୍ତ୍ତିକ ପାଣ୍ଡିଆନ ଜନସେବା ପାଇଁ ପ୍ରଶାସନିକ ସେବା ଚାକିରି ଛାଡ଼ିଛନ୍ତି । ଆଗକୁ ମଧ୍ୟ ଜନସେବା ଜାରି ରଖିବେ । ତେବେ ସେ ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *