ଶ୍ରୀକ୍ଷେତ୍ରର ଐହିହ୍ୟରେ ଯୋଡି ହୋଇଛି ନୂଆ ଫର୍ଦ୍ଦ। ବିଶ୍ୱ ଦେଖୁଛି ବିଶ୍ୱନିୟନ୍ତାଙ୍କ ବିଜେସ୍ଥଳୀର ଭବ୍ୟ ରୂପ। ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପିତ କରିଛନ୍ତି।
ପୌଷ ଶୁକ୍ଳ ସପ୍ତମୀ । ସମୟ ଅପରାହ୍ନ ଗୋଟାଏ ୧୫ ରୁ ସାଢ଼େ ଗୋଟାଏ ମଧ୍ୟରେ ବିଶ୍ବ ଦେଖିଛି କୋଟି କୈବଲ୍ୟଙ୍କ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ଶୁଭଲଗ୍ନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଜପତି ମହାରାଜା ଦିବ୍ୟସିଂହଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। ଲୋକାର୍ପଣ ଫଳକରେ ନଡ଼ିଆ ପିଟି ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ। ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମହାଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ପୂର୍ଣ୍ଣାହୁତି ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ଶ୍ରୋତ୍ରୀୟବ୍ରାହ୍ମଣଙ୍କ ବେଦମନ୍ତ୍ରରେ ପ୍ରକମ୍ପିତ ହେଉଛି ପୁରା ଶ୍ରୀକ୍ଷେତ୍ର । ଜୟ ଜଗନ୍ନାଥ ଧ୍ୱନୀରେ ମୁଖରିତ ହୋଇଉଠୁଥିଲା ଖଣ୍ଡମଣ୍ଡଳ। ଭକ୍ତର ଭକ୍ତିରେ ଆଜି ଭିଜିଥିଲା ଶ୍ରୀ କ୍ଷେତ୍ର । ଆବାଳବୃଦ୍ଧବନିତା ଦେଖୁଥିଲେ ବିଶ୍ୱ ନିୟନ୍ତାଙ୍କ ଏହି ଅପରୂପ ସୋନ୍ଦର୍ଯ୍ୟ। ତାହା ସହ ଜଡି ହୋଇଯାଇଥିଲା ବିଶ୍ଵ ଐତିହ୍ୟ ମାନଚିତ୍ରରେ ଶ୍ରୀ କ୍ଷେତ୍ରର ନୂଆ ଇତିହାସ। ଭାବ,ଭକ୍ତି ର ସହ ବିଶ୍ଵ ଦେଖିଲା ବିଶ୍ଵ ନିୟନ୍ତାଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ସାରା ବିଶ୍ବ ଏବେ ଜଗନ୍ନାଥମୟ ହୋଇ ଉଠିଥିଲା। ଶ୍ରୀ କ୍ଷେତ୍ର ଦେଖି ଭକ୍ତ ବିମୋହିତ ହୋଇଛି। ଚାରିଆଡ଼େ ଘଣ୍ଟ, ଶଙ୍ଖ, ହୁଳହୁଳିରେ ପ୍ରକମ୍ପିତ ହୋଇ ଉଠୁଥିଲା ସାରା ମର୍ତ୍ତ୍ୟ ମଣ୍ଡଳ। ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟରେ ଆଜି ସମାପନ ହୋଇଯାଇଛି ପୁରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ। ଏହି ପରିକ୍ରମା ପ୍ରକଳ୍ପକୁ ବିଶ୍ଵ ସବୁଦିନ ପାଇଁ ମନେ ରଖିବ । ତା ସହ ରାଜ୍ୟ ସରକାରଙ୍କ ଉଦ୍ୟମ ଓ କଠିନ ପରିଶ୍ରମର ମିଠା ଫଳ ଆଜି ପ୍ରାପ୍ତି ହୋଇଛି। ଶ୍ରୀ କ୍ଷେତ୍ର ର ଶ୍ରୀ ବଢ଼ିଛି । ନବୀନ ଇତିହାସ ରଚାଯାଇ ସାରିଛି।
2024-01-18

