ରାଜ୍ୟରେ ଅତ୍ୟାବଶକୀୟ ଜିନିଷର ଦରଦାମ ବୃଦ୍ଧି ବିରୋଧରେ ବିଜୁ ଜନତା ଦଳ ତରଫରୁ ଆସନ୍ତା ଜାନୁଆରୀ ୬ ତାରିଖରେ ହେବାକୁ ଥିବା ଗଣବିକ୍ଷୋଭକୁ ସଫଳ କରିବା ପାଇଁ ଆଜି ଶଙ୍ଖ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ, ଶ୍ରୀ ମିଶ୍ର ରାଜ୍ୟରେ ଦରଦାମ ବୃଦ୍ଧି ଯୋଗୁଁ ରାଜ୍ୟବାସୀ ଅତିଷ୍ଠ ହେଲେଣି କିନ୍ତୁ ରାଜ୍ୟ ବିଜେପି ସରକାର ଏହି ସମସ୍ୟା ଉପରେ ନିଦାବିଷ୍ଣୁ ସାଜିଛି ବୋଲି କହିଥିଲେ । ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଜୁ ଜନତା ଦଳ ଏହି ଗଣବିକ୍ଷୋଭର ଡାକରା ଦେଇଛି । ତେଣୁ ଏହି ଗଣବିକ୍ଷୋଭରେ ଦଳର ସକ୍ରିୟ କର୍ମୀମାନେ ଏକଜୁଟ ହୋଇ ଏହାକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ ।
ଏହି ପ୍ରସ୍ତୁତି ବୈଠକରେ ଦଳର ରୂପାୟନ କମିଟିର ଆବାହକ ଶ୍ରୀ ସଂଜୟ ଦାସବର୍ମା, ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଦଳର ବରିଷ୍ଠ ମିଡ଼ିଆ ସଂଯୋଜକ ଶ୍ରୀ ପ୍ରତାପ ଜେନା, ବିଧାୟକ ଶ୍ରୀ ଅରୁଣ କୁମାର ସାହୁ, ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ପୂର୍ବତନ ବିଧାୟକ ଶ୍ରୀ ସୁଦାମ ମାରାଣ୍ଡି, ଦଳର ମହିଳା ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ତଥା ଛାତ୍ର ବିଜୁ ଜନତା ଦଳର ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ ଶ୍ରୀ ସୁନିଲ ମହାନ୍ତି, ରାଜ୍ୟସଭା ସାଂସଦ ଶ୍ରୀ ଦେବାଶିଷ ସାମନ୍ତରାୟ, ଶ୍ରୀମତୀ ସୁଲତା ଦେଓ, ଶ୍ରୀ ସୁଭାଶିଷ ଖୁଣ୍ଟିଆ, ବିଧାୟକ ଶ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ପ୍ରଦୀପ ସାହୁ, ପୂର୍ବତନ ବିଧାୟକ ଶ୍ରୀ ରୁଦ୍ରପ୍ରତାପ ମହାରଥୀ, ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ, ପୂର୍ବତନ ବିଧାୟକ ଚନ୍ଦ୍ର ସାରଥୀ ବେହେରା, ମିଡିଆ ସଂଯୋଜକ ତଥା ମୁଖପାତ୍ର ଲେନିନ୍ ମହାନ୍ତି, ମିଡ଼ିଆ ସଂଯୋଜକ ପି୍ରୟବ୍ରତ ମାଝୀ, ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର, ଭୃଗୁ ବକ୍ସିପାତ୍ର, ପୂର୍ବତନ ବିଧାୟକ ସାନନ୍ଦ ମାରାଣ୍ଡି, ବିଜେଡି ନେତା ସୁବ୍ରତ ଛାଟୋଇ, ଶୁଭେନ୍ଦୁ ମଙ୍ଗରାଜ, ସଂଗ୍ରାମ ମହାପାତ୍ର, ଅରୂପ ଶ୍ରୀଚନ୍ଦନ ଏବଂ ଭୁବନେଶ୍ୱର, କଟକ ଓ ସଲଗ୍ନ ସାଙ୍ଗଠନିକ ଜିଲ୍ଲାର ସଭାପତି ଓ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ସୁଚିନ୍ତିତ ମତାମତ ଦେଇଥିଲେ ।
2024-12-28

