ଅଦିନିଆ ବର୍ଷାରେ ଚାଷୀର ଚାଷ ନଷ୍ଟ ହେବା ପରେ ବିଭିନ୍ନ ଜିଲ୍ଲା ଗ୍ରସ୍ତରେ ବାହାରିଥିଲେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ |ଜିଲ୍ଲା ଗସ୍ତ ପରେ ଚାଷୀଙ୍କ ଦୁଃଖ ଦେଖିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବୀନ ।
ଦୁଇ ଦିନରେ ୫ଜିଲ୍ଲା ଗସ୍ତ ପରେ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ। ଅଦିନିଆ ବର୍ଷାରେ ଭଙ୍ଗିପଡିଥିବା ଚାଷୀଙ୍କ ଆତ୍ମବଳକୁ ବଢାଇବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି । ଏହାସହ ସଠିକ ସମୟରେ ଉଚିତ କ୍ଷତିପୂରଣ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ଏହାସହ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମନ୍ୟତା ପ୍ରଦାନ କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି ନବୀନ ।ଯଦି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ମିଳିଥାନ୍ତା ତେବେ ଚାଷୀ ପରିବାର ଆଡିସନାଲ ସପୋର୍ଟ ସହ ଯଥାଶୀଘ୍ର କ୍ଷତିପୂରଣ ପାଇପାରିଥାନ୍ତେ, ଏବଂ ସେମାନଙ୍କ ମନୋବଳ ପୁଣି ଥରେ ସବଳ ହୋଇଥାନ୍ତା ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ ।
2025-01-02

